CONFERENCE DETAILS

ଦ୍ଵିତୀୟ ଜାତୀୟ ମଣ୍ଡଳୀ ଯୁବ ସମ୍ମିଳନୀ

ବିଶ୍ୱାସକୁ ଜୀବନ ସହିତ ଏବଂ ଜୀବନକୁ ବିଶ୍ୱାସ ସହିତ ଯୋଡିବା

ପ୍ରିୟ ଭ୍ରାତୃଗଣ,

ପ୍ରଭୁ ଯୀଶୁଙ୍କ ନାମରେ ଆପଣଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ନମସ୍କାର ।

ଆମେ ଅନେକ ବର୍ଷ ଧରି ପ୍ରାର୍ଥନାପୂର୍ବକ ଦ୍ୱିତୀୟ NAYC ନିମନ୍ତେ ଯୋଜନା କରିଆସୁଅଛୁ। ଏବଂ ଆମେ ଆପଣଙ୍କୁ ଏ ବିଷୟ ଜଣାଇବାକୁ ଚାହୁଁଛୁ କାରଣ ଏଥିପାଇଁ ଆମକୁ ଆପଣଙ୍କର ନିରନ୍ତର ପ୍ରାର୍ଥନା ଏବଂ ସମର୍ଥନ ଆବଶ୍ୟକ ।

ତାରିଖ ଏବଂ ସମୟ: ୧ ଅକ୍ଟୋବର ସକାଳ ୯ଟାରୁ ୩ ଅକ୍ଟୋବର ୨୦୨୫ ଅପରାହ୍ନ ୩ଟା ପର୍ଯ୍ୟନ୍ତ ।

ସ୍ଥାନ: ନାଗପୁର (ମହାରାଷ୍ଟ୍ର)। ବୟସ ଗୋଷ୍ଠୀ: ୧୩ ରୁ ୩୫ ବର୍ଷ।

ବିଷୟବସ୍ତୁ: "ପଣ ପାଇବା ପାଇଁ ଦୌଡ଼" (୧ କରିନ୍ଥୀୟ ୯:୨୪)

ବକ୍ତାଗଣ: ୪୦ ରୁ ଅଧିକ । ସେମାନଙ୍କ ବିଷୟରେ ଏଠାରେ ଦେଖନ୍ତୁ: https://nayc2025.com/resources

ଭାଷା: ମୁଖ୍ୟ ଅଧିବେଶନ ଇଂରାଜୀରୁ ହିନ୍ଦୀରେ ଅନୁବାଦ ହେବ ।

ଦଳଗତ ଆଲୋଚନା 10 ଟି ଭାଷାରେ ଉପଲବ୍ଧ: 1. ଇଂରାଜୀ 2. ହିନ୍ଦୀ 3. ମରାଠୀ 4. ତେଲୁଗୁ 5. ତାମିଲ 6. ମାଲାୟଲମ 7. କନ୍ନଡ

8. ପଞ୍ଜାବୀ 9. ବଙ୍ଗାଳୀ 10. ଓଡ଼ିଆ

ପଞ୍ଜୀକରଣ ପ୍ରକ୍ରିୟା: https://nayc2025.com/registration ରେ ଅନଲାଇନରେ ପଞ୍ଜୀକରଣ କରନ୍ତୁ

ପଞ୍ଜୀକରଣ ୧୫ ଜୁଲାଇ ୨୦୨୫ ରେ ଆରମ୍ଭ ହୋଇ ୧୫ ଅଗଷ୍ଟ ୨୦୨୫ ରେ ଶେଷ ହେବ।

ପ୍ପ୍ରତ୍ୟେକ ଅଂଶଗ୍ରହଙ୍କାରୀ ଏବଂ ସ୍ୱେଚ୍ଛାସେବକଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ।

ପଞ୍ଜିକରଣ କରିବାକୁ QR କୋଡ୍ ସ୍କାନ୍ କରନ୍ତୁ

ପଞ୍ଜୀକରଣ ଫିସ୍ ପ୍ରଦାନ ନ କରି ପଞ୍ଜୀକରଣ ହେବ ନାହିଁ।

ପଞ୍ଜୀକରଣ ବିନା ପ୍ରବେଶ ନାହିଁ । ୧୫ ଅଗଷ୍ଟ ପରେ ପଞ୍ଜୀକରଣ ଗ୍ରହଣ କରାଯିବ ନାହିଁ। ସୀମିତ ସ୍ଥାନ - ଶୀଘ୍ର ପଞ୍ଜୀକରଣ କରନ୍ତୁ।

ପଞ୍ଜିକରଣ ଫିସ୍ : ୧୦୦୦ ଟଙ୍କା (ଏକ ହଜାର ଟଙ୍କା)

ସମସ୍ତ ଅଂଶଗ୍ରହଣକାରୀଙ୍କ ପାଇଁ ଅନଲାଇନ୍ ପଞ୍ଜିକରଣ ସମୟରେ ଅନଲାଇନ୍ ଦେୟ।

ପଞ୍ଜିକରଣ ଫିସ୍ କେବଳ NAYC ର ମୋଟ ଖର୍ଚ୍ଚକୁ ଆଂଶିକ ଭାବରେ ପୂରଣ କରିବ।

ଯଦି ପ୍ରଭୁ ଚାଳନା ଦିଅନ୍ତି, ତେବେ ଅଂଶଗ୍ରହଣକାରୀମାନେ ଅବଶିଷ୍ଟ ଆବଶ୍ୟକତା ପୂରଣ କରିବାରେ ସାହାଯ୍ୟ କରିବା ପାଇଁ କାର୍ଯ୍ୟକ୍ରମ ସମୟରେ ଆହୁରି ଦାନ ଦେଇ ପାରିବେ ।

ଯାତ୍ରା: ଅଂଶଗ୍ରହଣକାରୀମାନେ ନାଗପୁରକୁ ଯିବା ଓ ସେଠାରୁ ଫେରିବା ଯାତ୍ରା ପାଇଁ ନିଜେ ଦାୟୀ ରହିବେ।

ବିମାନବନ୍ଦର କିମ୍ବା ରେଳ ଷ୍ଟେସନରୁ ପିକ୍-ଅପ୍ ଏବଂ ଡ୍ରପ୍ ବ୍ୟବସ୍ଥା କରିବା ପାଇଁ ଆପଣଙ୍କର ଯାତ୍ରା ଯୋଜନା (ଆଗମନ ଏବଂ ପ୍ରସ୍ଥାନ ସମୟସୂଚୀ) ବିଷୟରେ ଆମକୁ ପୂର୍ବରୁ ଜଣାନ୍ତୁ।

ଟ୍ରେନ୍ ବୁକିଂ ଦୁଇ ମାସ (60 ଦିନ) ପୂର୍ବରୁ କରାଯିବା ଆବଶ୍ୟକ।

ନାଗପୁର ରେଳ ଷ୍ଟେସନ କୋଡ୍ NGP ଏବଂ ବିମାନବନ୍ଦର କୋଡ୍ NAG

ଦୟାକରି ଏହି ସୂଚନା ଆପଣଙ୍କ ସଭାରେ ସେୟାର କରନ୍ତୁ।

ଦୟାକରି NAYC2025 ରେ ଅଂଶଗ୍ରହଣ କରିବାକୁ ଯୁବପିଢ଼ିଙ୍କୁ ଉତ୍ସାହିତ କରନ୍ତୁ

ଯେକୌଣସି ସହାୟତା ପାଇଁ ଦୟାକରି ଭାଇ ମୋନସି ଆବ୍ରାହମଙ୍କୁ +91-9752910345 ରେ ଯୋଗାଯୋଗ କରନ୍ତୁ।

ତାହାଙ୍କ ମହିମାମୟ ସେବାରେ ଆପଣଙ୍କର

ମୋନସି ଅବ୍ରହାମ / A J ଅବ୍ରହାମ / ବେଞ୍ଜାମିନ୍ ବେବି

ହୋପ ବିଲିଭର୍ସ (ଭାତୃ) ମଣ୍ଡଳୀ ଭୋପାଲରୁ

ODIA